ଗଞ୍ଜାମ ଦୁର୍ଗ-- ପୋତାଗଡ
ବ୍ରହ୍ମପୁର ସହର ଠାରୁ 32 କିମି ପୂର୍ବ ଦିଗରେ ଋଷିକୂଲ୍ୟା ନଦୀ ମୁହାଣ ରେ ରହିଛି ଇତିହାସ ପ୍ରସିଦ୍ଧ ଗଞ୍ଜାମଦୁର୍ଗ ପୋତାଗଡ ।
ଏହି ଦୁର୍ଗ ନିକଟରେ ଥିଲା ପ୍ରଚୀନ କଳିଙ୍ଗର କଞ୍ଜl ବନ୍ଦର
* ସପ୍ତମ ଶତାବ୍ଦୀ ବେଳେ ଚୀନ ପରିବ୍ରାଜକ ହୁଏନସାଂ କଙ୍ଗୋଦ କଳିଙ୍ଗ ସୀମା ରେ କଞ୍ଜୁତୋ ନାମକ ସହର ଭ୍ରମଣ କରିଥିବା
୧/n
କଥା ଇତିହାସ ରୁ ଜଣାଯାଏ।
ତେବେ ଏହି ଅଞ୍ଚଳ
କଞ୍ଜା >କଞ୍ଜୁତୋ> ଗଞ୍ଜୁତୋ > ଗଞ୍ଜା > ଗଞ୍ଜାମ , ନାମ କରଣ ହୋଇଛି ।
* ପଞ୍ଚଦଶ ଶତାବ୍ଦୀରେ ଏଠାରେ କୃପାସିନ୍ଧୁ ମାନସିଂହ ନାମରେ ଜଣେ ରାଜା ଶାସନ କରୁଥିଲେ * 1757 ଖ୍ରୀଷ୍ଟାବ୍ଦରେ ଫରାସୀ , 1767 ରେ ଇଂରାଜୀ ମାନେ ଏହି ଦୁର୍ଗ ଦଖଲ କଲେ ।
1804 ମସିହାରେ ଇଂରାଜୀ ମାନେ
2/n
ଗଞ୍ଜାମ ଜିଲ୍ଲା ନାମ ଘୋଷଣା କଲେ ।
* ବର୍ତ୍ତମାନର ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା , ଗଞ୍ଜାମ ଜିଲ୍ଲା , ଗଜପତି ଜିଲ୍ଲା , ଏବଂ କନ୍ଧମାଳ ଜିଲ୍ଲା ସମଗ୍ର ମୂଳ ଗଞ୍ଜାମ ର ଅଂଶ
ଏହାର ଆୟତନ ଥିଲା 21281 ବର୍ଗ କି.ମି।
ବର୍ତ୍ତମାନ ର ଗଞ୍ଜାମ 8706 ବର୍ଗ କି.ମି ମାତ୍ର
ଗଞ୍ଜାମ ଦୁର୍ଗ ଥିଲାଲା ଗଞ୍ଜାମ ଜିଲ୍ଲାର ମୂଖ୍ୟ ପ୍ରଶାସନିକ ଦପ୍ତର
3/n
ସେତେବେଳେ ଗଞ୍ଜାମ ସହର ରେ 30 ହଜାର ଲୋକ ବାସ କରୁଥିଲେ , ଏ ସମୟରେ ଏକ ମହାମାରୀ ବ୍ୟାପିବା ଯୋଗୁଁ 24 ହଜାର ଲୋକ ମୃତ୍ୟୁ ବରଣ କରିଥିଲେ ।
* ଅଗତ୍ୟା ବ୍ରିଟିଶ ପ୍ରଶାସନ ଗଞ୍ଜାମ ଠାରୁ ସଦର ମହକୁମା ବ୍ରହ୍ମପୁର କୁ ସ୍ଥାନାନ୍ତର କଲେ , 1832 ବେଳେ ଛତ୍ରପୁର ଠାରେ ଜିଲ୍ଲା ଦପ୍ତର ପ୍ରତିଷ୍ଠା ହୋଇଥିଲା ।
4/n
କ୍ରମେ ଗଞ୍ଜାମ ଦୁର୍ଗ ଜନଶୂନ୍ୟ , ପରିତ୍ୟକ୍ତ , ଭଗ୍ନ , ଓ ପତିତ ହେଲା ଏବଂ ଭୂତଳରେ ଦୁର୍ଗ ପୋତି ହୋଇଗଲା , ଏବଂ ଲୋକମାନେ ଏହାକୁ- ପୋତାଗଡ କହିଲେ ।
ଆଜି ବି ସେହି ଭଗ୍ନ ପତିତ ଦଦରା ଦୁର୍ଗ ମଧ୍ୟ ରେ ଶୋଇ ରହିଛି ବିପୁଳ ଗଞ୍ଜାମ ର ସୁଦୀର୍ଘ ଇତିହାସ ତଥ୍ୟ- ଡଃ ଅନନ୍ମରାମ କର
ଚିତ୍ର: clickandfik, to hit and @VAdkri
You can follow @VAdkri.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled:

By continuing to use the site, you are consenting to the use of cookies as explained in our Cookie Policy to improve your experience.