#Thread #FarmBill #FarmersProtestDelhi2020 #କଟୁସତ୍ୟ
୧) MSP କେବେ ବେଶିଲାଭ ଆଣେନି, ହଁ କ୍ଷତିରୁ ବଞ୍ଚାଏ। ମୁଁ ଜାଣିଥିବା ବଡ଼ଚାଷୀଗଣ କାଁଭାଁ ମଣ୍ଡି ଯାଆନ୍ତି। ବାଇଦୁଏ, MSP ଉଠିବାର ପ୍ରଶ୍ନ ଏବେ ଉଠୁନି, କାରଣ ରାଜ୍ୟର କଣ୍ଟ୍ରୋଲ ତ ସବୁଠି ରହିଛି।
୨)
ଚାଷୀ ଅବହେଳିତ ବିବିଧ କାରଣରୁ। ଜମି ନାହିଁ, କଞ୍ଚାପଇସା ନାହିଁ, ପ୍ରଯୁକ୍ତି ପାଠ ନାହିଁ, ସୁଧିଆ ଚଡ଼କ, ଅଭାବୀ ବିକ୍ରି, କମ୍ ଦାମରେ ଠେଲିକି ମାଲ୍ ଦେବା...

କର୍ପୋରେଟ ସେକ୍ଟରର ପ୍ରବେଶ, ନିଶ୍ଚିତ ଲାଭଦାୟକ ଏ ଦୃଷ୍ଟିରେ। ସେମାନେ ସୁବିଧାବି କରେଇଦେବେ, ଉତ୍ପାଦନ ବି ନେଇଯିବେ।

ଆଖୁପାଇଁ ଏମିତି ତ ଚାଲିଛି ପ୍ରାୟ।
୩)
ବଣିଜ ପରିଷ୍କାର ହେଇପାରିବ, ଯଦି ପାନ୍ ନମ୍ବରସହ ଟ୍ରେଡର କିଣାବିକା କରିବ। ରାଜନୈତିକ ଉତପାତ-ଦୌରାତ୍ମ୍ୟ କମିବ। MSPଠୁ କମ୍ ରେଟ୍ ପ୍ରାୟ ଚାଲିବନି। ଯେହେତୁ କର୍ପୋରେଟ କମ୍ପିଟିସନ ରହିବ, ତେଣୁ ଚାଷୀ ଶୋଷିତ ହେବନି। ମଣ୍ଡୀରେ ମନମୁଖୀ ଶାସନ କମିବ।
୪)
କର୍ପୋରେଟ ଯେହେତୁ ଟାଣୁଆ, ଦୁଇପାର୍ଟିର ସନ୍ଧିରୁ କୋରଟକଚେରୀକୁ କଥାଗଲେ, ସେମାନେ ଜିତିଯାଇ ଚାଷୀକୁ ହଇରାଣ କରିବାର ସୁଯୋଗ ଅଛି।
ତାକୁ ରାଜ୍ୟ ସରକାର, ଜଗି ପାରିବେ, ଆଡିସନାଲ ଆଇନ ଦ୍ବାରା। କିନ୍ତୁ ମୋଟାମୋଟି ଭାବେ, ଚାଷୀର ସ୍ବାର୍ଥରକ୍ଷା ପାଇଁ, ଶକ୍ତ ନିୟମକିଛି କରିବାକୁ ହେବ। ଅବଶ୍ୟ ସାହାଯ୍ୟ-ଋଣଠାରୁ ଜମି ସର୍ବଦା ଅଲଗା ରହିଛି।
୫)
ରାଜ୍ୟ ସରକାରଙ୍କ କୃଷି ଓ ଅନ୍ୟାନ୍ୟ ଟିକସଆୟ କମିପାରେ, ଯେହେତୁ କର୍ପୋରେଟ ପଶିବେ ବଣିଜରେ, କିନ୍ତୁ ତାହା ଚିରସ୍ଥାୟୀ ହେବନି।
ଆଉ ଯଦି ରାଜ୍ୟସରକାର ଉତ୍କୃଷ୍ଟ ସୁବିଧା ସୁଯୋଗ ଚାଷୀଙ୍କୁ ଯୋଗାଇଦେବେ, MSP ଅଧିକ ରଖିବେ, ସମାନ୍ତରାଳ ଭାବେ ବଣିଜ ଚାଲିବ।
ମୋଟ୍ ଉପରେ ଚାଷୀର ଲାଭ।
୬)
ଏକଥାବି ହୋଇପାରେ, ଯେମିତିକି, ଖାଉଟିକୁ ବଜାରଦାମ୍ କମ୍ ହୋଇପାରେ ଆଗକୁ। କାରଣ ଗୁଡାଏ ଦଲାଲୀ ଓ ଟିକସ କମିଯିବ ଓ ସେମାନଙ୍କ ଲାଭ, ଯାହା ଖାଉଟି ଭରୁଥିଲା, ଆଉ ଦେବାକୁ ପଡିବନି।
୭)
ବଜାରରେ ଦରଦାମର ଉଠାପକା ଯୋଗୁଁ, ବହୁସମୟରେ ଚାଷୀ କ୍ଷତିସହେ, ନହେଲେ ଘରେ ଶସ୍ୟ ପଚେ। ଚିନାବାଦାମ ଚାଷରୁ ଅଭିଜ୍ଞତା ଅଛି।

ଯଦି ଆଗରୁ ସ୍ଥିରୀକୃତ ଦାମରେ ଟ୍ରେଡର କିଣିବବୋଲି ନିଷ୍ପତ୍ତି ହୋଇଥିବ,
ତେବେ ଉତ୍ପାଦନ ପରେ ଦାମ୍-ରକ୍ଷଣାବେକ୍ଷଣ ନେଇ ଟେନସନ ରହିବନି।
୮)
ଚାଷୀ ଆସୋସିଏସନ କରିବେ, ଦରଦାମ ଛିଡେଇବେ କର୍ପୋରେଟସହ। ବୀମା ପ୍ରଯୁକ୍ତି ସାରବିହନପାଣି ସହାୟତା ପାଇବେ। ବିକ୍ରି ଟେନସନ ରହିବନି। ଛୋଟଚାଷୀବି ଆସୋସିଏସନରେ ରହି ଲାଭବାନ ହେବେ। ଉତ୍ପାଦନ ବଢିବ, ଚାଷୀ ଲାଭବାନ ହେବ।
୯)
ଉତ୍ପାଦନର ଦାମ୍ ବଢିବା ପାଇଁ...

ଗର୍ମେଣ୍ଟ(MSP)-କର୍ପୋରେଟ କମ୍ପିଟିସନ ହେବ
କର୍ପୋରେଟ-କର୍ପୋରେଟ କମ୍ପିଟିସନ ବି ହେବ
ଚାଷୀସଂଘ ମୂଲଚାଲବି କରିବେ

ତେଣୁ, ମୋଟାମୋଟି ଭାବେ, ସହଜରେ ଅଧିକ ଦି କଞ୍ଚାପଇସା, ଚାଷୀ ପକେଟକୁ ଆସିବ।

(ବିବିଧ ଆର୍ଟିକଲ ପଢି ଓ ଅଳ୍ପ ଅଭିଜ୍ଞତାରୁ ଲିଖିତ)
You can follow @drgynaec.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled:

By continuing to use the site, you are consenting to the use of cookies as explained in our Cookie Policy to improve your experience.