ବୋଇତ ବନ୍ଦାଣ ଉପଲକ୍ଷେ-
ପ୍ରାଚୀନ ଗୋପାଳପୁର ବନ୍ଦର
----------------------* ଗୋପାଳପୁର ଏକ ପ୍ରାଚୀନ ବନ୍ଦର,1810 ମସିହାରେ ଏହା ପୂର୍ବ ଉପକୂଳ ର ପ୍ରମୁଖ ବନ୍ଦର ର ମାନ୍ୟତା ପାଇଲା।
* ସେତେବେଳେ ଗଂଜାମ ଉପକୂଳରେ ଗଞ୍ଜା, ଗୋପାଳପୁର,ସୋନପୁର,ବାରୁଆ,ପୁଣ୍ଡି,ବାବନପାଡୁ,କଳିଙ୍ଗପାଟଣା ଆଦି 7 ଗୋଟି ବନ୍ଦର କାର୍ଯ୍ୟକ୍ଷମ ଥିଲା।
(1/8)
* ଏଠାରୁ ଇଂଲଣ୍ଡ, ଆମେରିକା,ହଲାଣ୍ଡ,,ମାନ୍ଦ୍ରାଜ, କଲିକତା କୁ ଜାହାଜ ଯାଉଥିଲା,
* ଗୋପାଳପୁର ରୁ ରେଙ୍ଗୁନ୍- ମିଆମାର- କୁ ପ୍ରତି ସପ୍ତାହରେ ଦୁଇଟି ଯାତ୍ରୀବାହୀ ଜାହାଜ ଚାଲୁଥିଲା।
* ଏଠାରେ British India steam navigation company,Sindheya steam navigation company ସମଗ୍ର ବେପାର କରୁଥିଲେ।
(2/8)
* ଏଠାରେ M.S‌ Simpson Brother's, Stepson and Nixon and co, Willson and co, ମହମ୍ମଦ ଆବି ଅଲ୍ଲୀ,କେ .ସି କାଶୀ ସୁବୁଦ୍ଧି, ଏଲ୍.ଚନ୍ଦ୍ରରାଜୁ,କେ.,ନାଗେୟା ରେଡ୍ଡୀ,ଙ୍କ ଜାହାଜୀ କାରବାର ଏଠି ଚାଲିଥିଲା।
(3/8)
* ଆସିକା ଚିନିକଳ ର ମାଲିକ ଏଫ୍. ଜେ. ଭି ମିନଚନ୍ ଥିଲେ ଏହି ବନ୍ଦର ର ପ୍ରଥମ ବ୍ୟବସାୟୀ।
1910 ମସିହାରେ ଏଠି 5 ଲକ୍ଷ,66 ହଜାର 801 ଟଙ୍କାର କାରବାର ହୋଇଥିଲା, ଯାହା ଆଜିର ଦରରେ 500 କୋଟି ରୁ ଅଧିକ।
(4/8)
* 1895 ମସିହାରେ ବ୍ରହ୍ମପୁର କୁ ରେଳଗାଡ଼ି ଆସିଲା, ତଥାପି 1930 ମସିହା ପର୍ଯ୍ୟନ୍ତ ଗୋପାଳ ପୁର ବନ୍ଦର ଥିଲା ମାଲ୍ ପରିବହନ ର ମୁଖ୍ୟ ପଥ।
* ଏହି ବନ୍ଦର ରୁ ବିଦେଶକୁ ଚାଉଳ,ଚିନି,ତେଲ,ମଦ, ଡାଲି, ଲୁଗା, ନୀଳ, ମସଲା, ଧୂଆଁପତ୍ର,ଶିଙ୍ଗ, ଘୁଷୁରୀ, ଛେଳି ଆଦି ରପ୍ତାନି ହେଉଥିଲା
(5/8)
* ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ,1945 ମସିହାରେ ଗୋପାଳପୁର ବନ୍ଦର ଉପରେ ଜାପାନ ବାରମ୍ବାର ବୋମାମାଡ କରିଥିଲା, ଏଣୁ ବ୍ରିଟିଶ ପ୍ରଶାସନ ଏହି ବନ୍ଦର କୁ ବନ୍ଦ କରିଦେଲେ।
(6/8)
* ଗୋପାଳପୁର ଏକ ପ୍ରସିଦ୍ଧ ବନ୍ଦର ଏବଂ ପର୍ଯ୍ୟଟନ କେନ୍ଦ୍ର ହୋଇଥିବାରୁ ଏଠାରେ ଆନ୍ତର୍ଜାତିକ ହୋଟେଲ, ଏବଂ ନେପାଳ, କାଶ୍ମୀର,ଗୋଆଲିଅର, ମହୀଶୂର, ବେଙ୍ଗାଲ୍, ମଧ୍ୟଭାରତୀୟ, ରାଜା ମହାରାଜା ଙ୍କ ପେଲେସ୍, ବଙ୍ଗଳା ଆଦି ରହିଥିଲା।
*ଅନେକ ବିଦେଶୀ ଙ୍କ ବଙ୍ଗଳା ମଧ୍ୟ ଥିଲା,ସେ ସବୁ ର ଅବଶେଷ ‌ଆଜି ବି ରହିଛି।
(7/8)
* ମୋ ଜେଜେବାପା ଶ୍ରୀ ନିତ୍ୟାନନ୍ଦ କର,ମିଆମାର ର ତେଲ କଂପାନୀ ରେ କାର୍ଯ୍ୟ କରୁ ଥିଲେ ଏବଂ ଗୋପାଳପୁରର ବନ୍ଦର ର ଟିକେଟ ବେଭାରୀ କାମ କରୁଥିଲେ, ଜେଜେ ବାପାଙ୍କ ଠାରୁ ଅନେକ ତଥ୍ୟ ମିଳିଥିଲା
ଫଟୋ- @VAdkri ,ପାରଳାଖେମୁଣ୍ଡି
ତଥ୍ୟ- ଡଃ ଅନନ୍ତରାମ କର କୈାଣ୍ଡିନ୍ୟ, ନିମଖଣ୍ଡି ପେଣ୍ଠ, ଭୀଷ୍ମଗିରି, ଗଂଜାମ
You can follow @DR_Anantaramkar.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled:

By continuing to use the site, you are consenting to the use of cookies as explained in our Cookie Policy to improve your experience.