ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଓଡ଼ିଶାର ପୁରପଲ୍ଲୀ ବୁଲିବା ସୌଭାଗ୍ୟ ମିଳିଛି । ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସର୍ବୋଚ୍ଚ ସୋପାନରେ ପଦବୀରେ ଥିବା ବିଭିନ୍ନ ବୃତ୍ତି ଏବଂ ଶ୍ରେଣୀର ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ଆସିଛି । ବିଭିନ୍ନ ଜିଲ୍ଲାର ଲୋକଙ୍କ ସମ୍ପର୍କରେ କିଛି ଅନୁଭୁତି;
ଅନୁଗୋଳ:
ଅନୁଗୁଳିଆ ଲୋକେ ଅନ୍ତର୍ମୁଖୀ କିନ୍ତୁ ଉଚ୍ଚମନା । ବନ୍ଧୁ ପରିଚର୍ଯ୍ୟା ଏବଂ ବନ୍ଧୁତ୍ୱ ନିମନ୍ତେ ଅନ୍ୟମାନଙ୍କ ପାଇଁ ଉଦାହରଣ ।

କଟକ:
କଟକି ଜୀବନ ଆଧୁନିକତା ନିମନ୍ତେ ଉନ୍ମୁକ୍ତ ଅଥଚ ପରମ୍ପରା ସମସ୍ତଙ୍କ ଶିରା ପ୍ରଶିରାରେ । ଜାତି, ଧର୍ମ, ବର୍ଣ୍ଣ କଟକିଆ ପାଇଁ କିଛି ମାନେ ରଖେନା । ପରସ୍ପରର ଅସୁବିଧାରେ ଅଣ୍ଟା ଭିଡ଼ି ଠିଆ ହେବା ଭଳି ସାହସ କେବଳ କଟକିଆ ଦେଖେଇ ପାରେ ।

କଳାହାଣ୍ଡି:
ଜୀବନ ସଂଘର୍ଷ କଣ ତାହା କଲାହାଣ୍ଡିଆଙ୍କ ଠାରୁ ଶିଖିବା କଥା । ନାରୀ ହୁଅନ୍ତୁ କି ପୁରୁଷ ସମସ୍ତଙ୍କ ଠାରେ ବୀରରସର ଛାପ ସ୍ପଷ୍ଟ ବାରି ହେଇ ପଡ଼େ ।

କନ୍ଧମାଳ:
କନ୍ଧମାଳିଆ ସରଳ, ନିଷ୍କପଟ ଏବଂ ଯାହା ନିଜ ପାଖରେ ଅଛି ତାକୁ ନେଇ ସନ୍ତୁଷ୍ଟ । ସେ ଆଜିକୁ ନେଇ ଖୁସି । ତାର କାଲି ପାଇଁ ଚିନ୍ତା ନାହିଁ । ବର୍ତ୍ତମାନରେ କେମିତି ବଞ୍ଚିବାକୁ ହେବ ଏବଂ ପ୍ରକୃତି ସହିତ କେମିତି ବଞ୍ଚିବାକୁ ହେବ, ତାହା କନ୍ଧମାଳିଆଙ୍କ ଠାରୁ ଶିଖିବା କଥା ।

କେନ୍ଦୁଝର:
କେନ୍ଧୁଝରିଏ ସ୍ନେହୀ ଏବଂ ବନ୍ଧୁପରାୟଣ । ଅନ୍ୟକୁ କେମିତି ଭାବରେ ବାନ୍ଧିବାକୁ ହୁଏ ସେ କୌଶଳ ବହୁତ ଭଲ ଭାବେ ଜାଣନ୍ତି । ଯାହା ପସନ୍ଦ ନାହିଁ ତାଠାରୁ ଦୁରେଇଯିବେ କିନ୍ତୁ କଟୁକ୍ତି କରିବେ ନାହିଁ ।

କେନ୍ଦ୍ରାପଡା:
ଶିକ୍ଷାର ପୂର୍ଣ୍ଣ ଉପଯୋଗ ଜୀବନ ଗଠନରେ କେମିତି ବ୍ୟବହାର କରା ଯାଇପାରିବ ତାହା କେନ୍ଦ୍ରାପଡ଼ାବାସୀଙ୍କ ଠାରୁ ଶିଖିବା କଥା । ସମସ୍ତେ ପ୍ରାୟ ଅଧିକାର ସଚେତନ । ରୁଚିପୂର୍ଣ୍ଣ ଜୀବନରେ ବିଶ୍ଵାସୀ ।

କୋରାପୁଟ:
କୋରାପୁଟିଆମାନେ ହେଲେ ପ୍ରକୃତିର ସନ୍ତାନ । ଜଟିଳ ମାନସିକତାକୁ ଭଲ ପାଆନ୍ତି ନାହିଁ । ଅଧିକାଂଶ ସ୍ପଷ୍ଟବାଦୀ । ସୃଜନଶୀଳତା ସମସ୍ତଙ୍କ ଭିତରେ ଉଣା ଅଧିକେ ପାଇବେ ।

ଖୋର୍ଦ୍ଧା:
ଖୋରଧା ମାଟି ବୀରତ୍ବର ମାଟି । ଏ ମାଟି ସମସ୍ତଙ୍କୁ ଆଦର କରେ । ଏଠିକା ଲୋକେ ସବୁ ଆଞ୍ଚଳିକ ବିଭିନ୍ନତାକୁ ସମ୍ମାନ ଦିଅନ୍ତି । ପରସ୍ପର ସହିତ ସମ୍ମାନ ସହ କେମିତି ସହାବସ୍ଥାନ କରିବାକୁ ହେବ ତାହା ଖୋରଧାବାସୀଙ୍କ ଠାରୁ ଶିକ୍ଷଣୀୟ ।

ଗଜପତି:
ସବୁବେଳେ ସ୍ନେହ ଆବେଗରେ ଭରା ମଣିଷ ସବୁ । ପ୍ରଚାର ବିମୁଖୀ, କମ କଥା ଅଧିକ କାମରେ ବିଶ୍ଵାସୀ ।

ଗଞ୍ଜାମ:
ଗଞ୍ଜାମିଆ ନାରିକେଳ ସଦୃଶ । ଉପର ଶକ୍ତ କିନ୍ତୁ ଭିତରେ କୋମଳ । ଅଧିକାଂଶ ବ୍ୟକ୍ତି ବିଶ୍ବସ୍ତ ଏବଂ ଈଶ୍ଵର ବିଶ୍ଵାସୀ । ସମସ୍ତେ ଉଣା ଅଧିକେ ରସିକ ।

ଜଗତସିଂହପୁର:
ଜଗତସିଂହପୁରବାସୀ ଉଦାର, ନମନୀୟ ଏବଂ ବିକାଶୋନ୍ମୂଖୀ । ପ୍ରତିକୂଳ ପରିସ୍ଥିତିକୁ କିଭଳି ଦାମ୍ଭିକତାର ସହ ସମ୍ମୁଖୀନ ହେବାକୁ ହେବ ତାହା ଜଗତସିଂହପୁରିଆଙ୍କ ଠାରୁ ଶିଖିବା କଥା ।

ଝାରସୁଗୁଡା:
ସମସ୍ତଙ୍କ ଠାରେ ପ୍ରାୟ ସାଂସ୍କୃତିକ ବିବିଧତାର ଛାପ । ଯୁଗୋପଯୋଗୀ ଏବଂ ଆଧୁନିକ । ଅଧିକାଂଶ ବ୍ୟକ୍ତି ଦୁଃସାହସିକ ।

ଢେଙ୍କାନାଳ:
ନିଜ ମାଟିକୁ ସବୁଠୁଁ ଅଧିକ ଭଲ ପାଉଥିବା ମଣିଷମାନେ ହେଲେ ଢେଙ୍କାନାଳିଆ । ସରଳ ବିଶ୍ଵାସୀ କିନ୍ତୁ ସବୁବେଳେ ଉଚ୍ଚ ଚିନ୍ତା ।

ଦେବଗଡ଼:
ଅଭାବ ଥାଉ କି ଆଧିକ୍ୟ, ପ୍ରତ୍ୟେକ ଦେବଗଡ଼ବାସୀଙ୍କ ରୁଚି ଆଭିଜାତ୍ୟସମ୍ପନ୍ନ । ବେଶ, ପରିପାଟି, ଅଭ୍ୟାସ ଇତ୍ୟାଦି ରୁଚିପୂର୍ଣ୍ଣ ।

ନବରଙ୍ଗପୁର:
ସରଳତା ସହିତ ବଞ୍ଚୁଥିବା ମଣିଷମାନେ । ସ୍ନେହ ଆଦରରେ ଅନ୍ୟ ସହିତ ଯୋଡ଼ି ହେବା କଳାରେ ନିପୁଣ । ସବୁବେଳେ ସନ୍ତୁଷ୍ଟ ଏବଂ ଅଭିଯୋଗବିହୀନ ।